ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଡିସେମ୍ବର ୨୪ ରୁ ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛି । ମହୋତ୍ସବକୁ ସୁରକ୍ଷିତ ଓ ନିରାପଦଭାବେ ସମାପନ କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା । ତେବେ ଏଥର ଧନୁଯାତ୍ରା ମହୋତ୍ସବ ପୂର୍ବରୁ କଂସ ସମେତ ଅନ୍ୟ କଳାକାରଙ୍କ ପାଇଁ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ବରଗଡ଼ର ଧନୁଯାତ୍ରା ବିଶ୍ୱର ସବୁଠାରୁ ବଡ଼ ଖୋଲା ମଞ୍ଚ ନାଟକ । ଧନୁଯାତ୍ରାରେ ଅମ୍ବାପାଲି ଗାଁ ପାଲଟିବ ଗୋପପୁର ଓ ମଥୁରା ପାଲଟିବ ବରଗଡ଼ । ୧୧ ଦିନ ଧରି ଚାଲିବ ବରଗଡ଼ ଧନୁଯାତ୍ରା ମହୋତ୍ସବ । ମହାରାଜ କଂସଙ୍କ ସଂଳାପରେ ପ୍ରକମ୍ପିତ ହେବ ଗଗନ ପବନ । Post navigation ଚୌଦ୍ୱାର ଜେଲ୍ରୁ ୨ ଅପରାଧୀ ଫେରାର ଘଟଣାରେ ଜେଲରଙ୍କୁ କଣ୍ଟାବାଞ୍ଜି ବଦଳି ନୂଆପଡା ନିର୍ବାଚନରେ ବ୍ୟବହାର ହେବ ହେଲିକଫ୍ଟର