ଏସ୍ଆଇ ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ। ୧୧୭ ପରୀକ୍ଷାର୍ଥୀଙ୍କ ସହ ୨ ଦଲାଲ ଗିରଫ।ରାତି ସାରା କ୍ରାଇମବ୍ରାଞ୍ଚ ଓ ବ୍ରହ୍ମପୁର ପୋଲିସର ଜେରା ପରେ ୧୧୯ ଗିରଫ କରାଯାଇଛି । ଗିରଫ ୧୧୯ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ବ୍ରହ୍ମପୁର ପୋଲିସ ୧୧୯ ଜଣ ଧରିଥିଲା । ଏହାପରେ ଗତକାଲି ଏସ୍ଆଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ସୂଚନା ଯୋଗ୍ୟ; ଆସନ୍ତା ଅକ୍ଟୋବର ୫ ଓ ୬ ରେ ହୋଇଥାନ୍ତା ଏସ୍ଆଇ ପରୀକ୍ଷା। ଏହା ପୂର୍ବରୁ ପୁଲିସ୍ ଏସଆଇ ପରୀକ୍ଷାରେ ଜାଲିଆତି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ପରୀକ୍ଷାରେ ଜାଲିଆତି ପାଇଁ ହାଇଦ୍ରାବାଦ ଯିବାବେଳେ ୧୧୯ ଜଣ ଧରାପଡ଼ିଥିଲେ । ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମରେ ଧରିଥିଲା ବ୍ରହ୍ମପୁର ପୋଲିସ ।

Leave a Reply

Your email address will not be published. Required fields are marked *