ଓଡ଼ିଶା ପୋଲିସ ଏସ୍ଆଇ ପଦବୀର ବଡ଼ ଜାଲିଆତି ଏବେ ସମ୍ନାକୁ ଆସିଛି। ଜାଲିଆତି ମାମଲାରେ ଶତାଧିକ ଏସ୍ଆଇ ପରୀକ୍ଷାର୍ଥୀ ଅଟକ ରଖିଛି ବ୍ରହ୍ମପୁର ପୋଲିସ । ତେଣୁ ଏହି ମାମଲା ସାମ୍ନାକୁ ଆସିବା ପରେ ପଦକ୍ଷେପ ନେଇଛି ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ସ୍ବଚ୍ଛତାର ସହ CPSE-2024 ପରୀକ୍ଷା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କଲା ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ । ଅଭିଯୋଗ ଥିଲେ କଲ୍ କରି ଜଣାଇ ପାରିବେ ବୋଲି ସୂଚନା ଦିଆଯାଇଛି । ହେଲ୍ପ ଲାଇନ ନମ୍ବର ହେଲା ୯୦୪୦୪୯୩୨୨୩ । କୌଣସି ଅଭିଯୋଗ ଥିଲେ ଏହି ନମ୍ବରରରେ ଅଭିଯୋଗ କରିପାରିବେ ।

ସୂଚନା ଯୋଗ୍ୟ; ଓଡ଼ିଶା ପୋଲିସର ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ହେବାକୁ ଥିବା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ୩ଟି ବସରେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ନିଆଯାଉଥିଲା। ସେଠାରେ ରଖି ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ସହ ଉତ୍ତର କୁହାଯାଇଥାଆନ୍ତା । ଭଲ ଭାବେ ପ୍ରସ୍ତୁତ ହେବା ପରେ ପରୀକ୍ଷା ଦେଇଥାଆନ୍ତେ । କିନ୍ତୁ ଏହା ପୂର୍ବରୁ ପୋଲିସ ଏହି ଷଡ଼ଯନ୍ତ୍ର ବାବଦରେ ଅବଗତ ହୋଇଛି । ୧୨୦ ଜଣ ପରୀକ୍ଷାର୍ଥୀଙ୍କୁ ଗୁଇନ୍ଦା ସୂଚନା ଆଧାରରେ ଧରିଲା ବ୍ରହ୍ମପୁର ପୁଲିସ ।

Leave a Reply

Your email address will not be published. Required fields are marked *