୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର । ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ୧୫ ଶହ କ୍ୱିଣ୍ଟାଲ ଚାଉଳ ବି ଯୋଗାଉଛନ୍ତି ସରକାର । ଏ ନେଇ ଆଜି ଗୃହରେ ଅନୁଦାନ ଦାସରଥୀ ଗମାଙ୍ଗ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀଙ୍କୁ ପଚାରିଥିବା ପ୍ରଶ୍ନ ଭୁବନେଶ୍ୱର ସ୍ଥିତ KISS ବିଦ୍ୟାଳୟ ଅଧୀନରେ ଅଦ୍ୟାବଧି କେତେ ଆଦିବାସୀ, ହରିଜନ ପିଲା ପାଠ ପଢୁଛନ୍ତି ତା’ର ସବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ସେମାନଙ୍କର strength ଅନୁସାରେ ସେମାନଙ୍କୁ ସୁସ୍ଥ ପରିବେଶ, ପରିଛନ୍ନତା ଓ ସୁସ୍ବାସ୍ଥ୍ୟ ରକ୍ଷଣା ବେକ୍ଷଣରେ ସରକାର କି କି ବିହିତ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ? ଏହାର ଲିଖିତ ଉତ୍ତରରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଭୁବନେଶ୍ବର ସ୍ଥିତ KISS ବିଦ୍ୟାଳୟ ଅଧିନରେ ଅଦ୍ୟାବଧି ୧୪,୪୮୨ ଜଣ ଅନୁସୂଚିତ ଜନଜାତି ପିଲା ପାଠ ପଢୁଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ୧୦,୦୦୦ ଛାତ୍ର ଓ ଛାତ୍ରୀଙ୍କୁ ମାସିକ ୧୫୦୦ କ୍ୱିଣ୍ଟାଲ୍ ଚାଉଳ(Subsidized Rice @9.30/Kg -ପ୍ରତିପିଲା ୧୫କି.ଗ୍ରା ୧୦୦୦୦) ହିସାବରେ ଯୋଗାଇ ଦିଆଯାଉଛି । ବିଗତବର୍ଷ ୨୦୨୪-୨୫ ରେ ଛଅ ମାସ ପାଇଁ ଚାଉଳ ପ୍ରଦାନ କରାଯାଇଅଛି ତତ ସହିତ Ministry of tribal Affairs Govt of India ଙ୍କ ଦ୍ବାରା ଚାଳିତ ସମ୍ପୂର୍ଣ କେନ୍ଦ୍ରୀୟ ଅନୁଦାନ ଅନ୍ତର୍ଗତ-(Grant-in-Aid to Voluntary Organizations working for the Welfare of the Scheduled Tribes) ଦ୍ଵାରା ଆର୍ଥିକ ବର୍ଷ ୨୦୨୩-୨୪ ମସିହାରେ ୨୫,୪୧,୮୩,୯୪୩ ଟଙ୍କା ଏବଂ ଆର୍ଥିକ ବର୍ଷ ୨୦୨୪-୨୫ରେ ୯,୩୧,୬୧,୪୫୦ ଟଙ୍କା ଆର୍ଥିକ ରାଶି ମଞ୍ଜୁର କରାଯାଇଅଛି । ପ୍ରତିବର୍ଷ ଆଦିବାସୀ ମନ୍ତ୍ରଣାଳୟକୁ ଅନୁଦାନ ନିମନ୍ତେ ସୁପାରିସ କରିବାବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଦ୍ବାରା ଦିଆ ଯାଉଥିବା ନିରୀକ୍ଷଣ ବିବରଣୀ ତଥ୍ୟ ଅନୁଯାୟୀ ପିଲାଙ୍କ ପରିବେଶ, ପରିଚ୍ଛନତା ଓ ସୁସ୍ବାସ୍ଥ୍ୟ ରକ୍ଷଣା ବେକ୍ଷଣା ନିମନ୍ତେ ସ୍କୁଲ ତରଫରୁ ବ୍ୟବସ୍ଥା କରାଯାଉଅଛି । Post navigation ବିଶ୍ବବିଦ୍ୟାଳୟରେ ୬ ଛାତ୍ରୀ ହୋଇଛନ୍ତି ଯୌନ ନିର୍ଯାତନାର ଶିକାର: ଉଚ୍ଚଶିକ୍ଷା ମନ୍ତ୍ରୀ ରାଜସ୍ୱ ଅଧିକାରୀଙ୍କୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ