ଆଜି ଗୃହରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନ ୧୨ ଜୁନ୍ ୨୦୨୪ ରୁ ଆଜି ପର୍ଯ୍ୟନ୍ତ କେତେଜଣ ଛାତ୍ରୀମାନେ ମାନସିକ, ଶାରୀରିକ ଓ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିବାର ଅଭିଯୋଗ ହୋଇଛି ଓ ତା’ର ତଦନ୍ତ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ଏହାର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଲିଖିତ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ରାଜ୍ୟର ୧୭ଟି ବିଶ୍ଵବିଦ୍ୟାଳୟରେ ୧୯ ଛାତ୍ରୀ ନିର୍ଯାତନାର ଶିକାର ହୋଇଛନ୍ତି ।ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ୬ ଜଣଙ୍କୁ ଯୌନ ନିର୍ଯାତନା ଓ ୯ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ହୋଇଥିବା ବେଳେ ୨ ଛାତ୍ରୀଙ୍କୁ ଅଭଦ୍ରୋଚିତ ବ୍ୟବହାର କରାଯାଇଛି । Post navigation ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ଖାଲିପଡ଼ିଛି ୧୪୦୪ ଅଧ୍ୟାପକ: ଉଚ୍ଚଶିକ୍ଷା ମନ୍ତ୍ରୀ ୨ ବର୍ଷରେ KISSକୁ ୩୪ କୋଟି ୭୩ ଲକ୍ଷ ଅନୁଦାନ ଦେଇଛନ୍ତି କେନ୍ଦ୍ର ସରକାର: ନିତ୍ୟାନନ୍ଦ ଗଣ୍ଡ