ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତାକାଲି ଯାଏଁ ମୁଲତବୀ ରହିଛି । ଶୋକ ପ୍ରସ୍ତାବ ପରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ମୁଲତବୀ ଘୋଷଣ କରିଛନ୍ତି । ଗୁରୁବାର ପୂର୍ବାହ୍ନ ୧୧ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିବେଶନର ପ୍ରଥମ ଦିନରେ ପ୍ରଥମେ ଦିବଗଂତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ।

ଗୃହର ଆସୀନ ସଦସ୍ୟ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ଉପବାଚସ୍ପତି ଓ ରାଷ୍ଟମନ୍ତ୍ରୀ ସ୍ୱର୍ଗତ ବିଭୂତି ଭୂଷଣ ମର୍ଦ୍ଦରାଜ, ସ୍ୱର୍ଗତ ପ୍ରସନ୍ନ ପଟ୍ଟନାୟକ, ସ୍ୱର୍ଗତ କରେନ୍ଦ୍ର ମାଝୀ, ସ୍ୱର୍ଗତ ନିରଞ୍ଜନ ହେମ୍ବ୍ରମ, ସ୍ୱର୍ଗତ ପ୍ରଫୁଲ୍ଲ କୁମାର ଭଞ୍ଜ, ସ୍ୱର୍ଗତ ମହମ୍ମଦ ରଫି ଓ ସ୍ୱର୍ଗତ ଲୋକନାଥ ଶବରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ । ଶୋକ ପ୍ରସ୍ତାବକୁ ଦୁଇ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ସମର୍ଥନ କରିଥିଲେ । ନିକଟରେ ଅକାଳ ବିୟୋଗ ହୋଇଥିବା ବିଜେଡ଼ି ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଉପରେ ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published. Required fields are marked *