Odisha makes free bus rides for school students
ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଛାତ୍ରଛାତ୍ରୀଙ୍କ ପାଇଁ ବସ୍‌ରେ ଯିବାଆସିବା କରିବା ହେଲା ସମ୍ପୂର୍ଣ୍ଣ ମାଗଣା । ଆଇଡି କାର୍ଡ ଦେଖାଇ ଓ ୟୁନିଫର୍ମ ପିନ୍ଧି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବସ୍‌ରେ ମାଗଣା ଯାଇପାରିବେ ।
 
ଛାତ୍ରଛାତ୍ରୀ ଯାଉଥିବା ରୁଟ୍‌ ଓ ଟାଇମିଂକୁ ଦେଖିବାକୁ ଓସରଟିସିକୁ ଅନୁରୋଧ କରାଯାଇଥିବାବେଳେ ଯେପରି ଅଧିକରୁ ଅଧିକ ପିଲା ବସ୍‌ ସେବା ପାଇପାରିବେ ତାହାକୁ ଗୁରୁତ୍ୱ ଦେବାକୁ ଏବଂ ଏନେଇ ସବିଶେଷ ତଥ୍ୟ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଛି ।
 
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ ଆଜି ଚିଠି ଲେଖି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ମାଗଣା ବସ୍ ଯାତ୍ରା ସୁବିଧା ଦେବାକୁ ପଦକ୍ଷେପ ନେବା ବିଷୟରେ ଅବଗତ କରାଇଛନ୍ତି ।
 
 

By Nirvay

Leave a Reply

Your email address will not be published. Required fields are marked *