କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଛି । କଳିଙ୍ଗାଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତା ହୋଇଥିବାରୁ ଯୋଗାଯୋଗ ସଂପୂର୍ଣ୍ଣ ବିଛିନ୍ନ ହୋଇପଡିଛି । ଏ ନେଇ ସୂଚନା ଦେଇଛନ୍ତି ମରାମତି ପାଇଁ ନିୟୋଜିତ NHAIର ପ୍ରମୁଖ ଅଧିକାରୀ । ସେ କହିଛନ୍ତି ପ୍ରଥମେ ଅସ୍ଥାୟୀ ମରାମତି କରି ଗାଡ଼ି ଚଳାଚଳ ବ୍ୟବସ୍ଥା ହେବ । ଏଠି ଏପରି ଭୂସ୍ଖଳନ କେବେ ହୋଇ ନ ଥିଲା । ସ୍ଥିତି ଦେଖିଲା ପରେ ଉତ୍ତରାଖଣ୍ଡ ଭୂସ୍ଖଳନ ଭଳି ଲାଗୁଛି । ଫଳରେ ଉଭୟ ପଟୁ ଶହ ଶହ ଗାଡ଼ି ମୋଟର ଅଟକି ରହିଛି। ସୂଚନା ଯୋଗ୍ୟ; କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଅଂଚଳରେ ବାଦଲ ଫଟା ବର୍ଷା ଫଳରେ କଳିଙ୍ଗା ଘାଟିରେ ଭୂସ୍ଖଳନ ହୋଇଛି। ପାହାଡ଼ି ପାଣି ଆସି ୪୦ରୁ ୫୦ ଫୁଟ ରାସ୍ତା ବି ଧୋଇ ଯାଇଛି। ଫଳରେ ବ୍ରହ୍ମପୁର-ଭୁବନେଶ୍ୱରରୁ କଳିଙ୍ଗା ଘାଟି ଦେଇ ଫୁଲବାଣୀ-ବାଲିଗୁଡା, ରାୟପୁର-ରାୟଗଡାକୁ ଯାତାୟାତ ସଂପୂର୍ଣ୍ଣ ବନ୍ଦ ରହିଛି। Post navigation ସୁସ୍ଥ ନାରୀ,ସଶକ୍ତ ପରିବାର ଅଭିଯାନର ଶୁଭାରମ୍ଭ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟପାଳ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ନୀରଜ ଚୋପ୍ରା