Naveen targets Odisha govt over deteriorating law and order
ପୁରୀ ଜିଲ୍ଲା, ବ୍ରହ୍ମଗିରିର ପ୍ରସିଦ୍ଧ ବାଲିହରଚଣ୍ଡୀ ପର୍ଯ୍ୟଟନସ୍ଥଳୀ ନିକଟରେ ହୋଇଥିବା ଛାତ୍ରୀ ଗଣଧର୍ଷଣ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବାସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
 
ସାରା ଓଡ଼ିଶାରେ ମହିଳାମାନଙ୍କ ପ୍ରତି ହେଉଥିବା ହିଂସାର ଭୟଙ୍କର ଉଦାହରଣ ଦେଖିବା ହୃଦୟ ବିଦାରକ ବୋଲି ସେ କହିଛନ୍ତି । ଗୋପାଳପୁର, ବାଲେଶ୍ୱର, ବଳଙ୍ଗା ଏବଂ ହତାଶାରେ ମୃତ୍ୟୁବରଣ କରିଥିବା ଅନେକ ପୀଡିତା ଏବଂ ତାଙ୍କ ପରିବାର ସଦସ୍ୟମାନେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି । ସଶକ୍ତିକରଣ ତ ଦୂରର କଥା, ସେହି ବ୍ୟବସ୍ଥାରେ ବିଶ୍ୱାସ ସୃଷ୍ଟି କରିବାରେ ଓଡ଼ିଶା ବିଜେପି ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ନବୀନ କହିଛନ୍ତି ।
 
ପଟ୍ଟନାୟକ ପୁଣି କହିଛନ୍ତି ଯେ, ଯଦି ଏପରି ଅପରାଧ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ନିକଟରେ ଘଟେ, ଯାହା ପ୍ରାୟତଃ ବିଶ୍ୱର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥାଏ, ତେବେ ଏହା ଦେଶ ଭିତରେ ଏବଂ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିଛବିକୁ ଖରାପ କରିବ । ବିଜେପି ସରକାର ଯେତେ ଶୀଘ୍ର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ଓଡ଼ିଶାର ମହିଳାମାନେ ପୁଣି ଥରେ ସୁରକ୍ଷିତ ଅନୁଭବ କରିବେ ।

By Nirvay

Leave a Reply

Your email address will not be published. Required fields are marked *