ଲଗାଣ ବର୍ଷା ଯୋଗୁ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ବର୍ଷାରେ ପାହାଡ଼ ଉପରୁ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା । ଫଳରେ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ ବନ୍ଦ ରହିଛି । ଭୂସ୍ଖଳନ ଫଳରେ କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ ହୋଇଛି। ଫଳରେ ରାସ୍ତାର ଉଭୟପାର୍ଶ୍ବରେ ଅଟକି ରହିଛି ଶହଶହ ଗାଡି ।

ଭୂସ୍ଖଳନ ପରେ ଘଟଣାସ୍ଥଳରେ NHAI ଟିମ୍‌ ପହଞ୍ଚିଛି । ବର୍ଷା ଛାଡ଼ିବା ପରେ ମରାମତି କାମ ଆରମ୍ଭ ହେବ କହିଛନ୍ତି ଏସ୍‌ଡିଓ । ସେ କହିଛନ୍ତି ସଭାଗ୍ୟକ୍ରମେ କୌଣସି ପ୍ରାଣହାନି ଘଟିନାହିଁ। କିନ୍ତୁ ବହୁ ସଂଖ୍ୟକ୍ ଗାଡି ରାସ୍ତାରେ ଅଟକିଥିବାରୁ ଯାତ୍ରୀମାନେ ଭୟ ଓ ଅସୁବିଧାରେ ପଡିଛନ୍ତି। ବର୍ଷା ନ ଛାଡ଼ିଲେ ମରାମତି କାମ କରି ହେବ ନାହିଁ । ପ୍ରଥମେ ଗାଡ଼ି ଯିବା ଆସିବା ଭଳି ମରାମତି କରାଯିବ ।ଏହା ପରେ ତଳୁ ଗାର୍ଡ ୱାଲ୍‌ କରି ପୂରା ମରାମତି ହେବ ।ଗାଡ଼ି ଯାତାୟାତ ସୁବିଧା କରିବା ପର୍ଯ୍ୟନ୍ତ ସେଠାରେ ରହିବ NHAI ଟିମ୍‌ ।

Leave a Reply

Your email address will not be published. Required fields are marked *