ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ କେନ୍ଦ୍ର ସଂଖ୍ୟା ପ୍ରକାଶ ପାଇଛି । ୫୬ଟି ନୂଆ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ନୂଆପଡ଼ାରେ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି । ଫଳରେ ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର ରହିଛି । ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି । ସେପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି । ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇଛି । ନୂଆପଡ଼ା ବିଧାନସଭା ମଣ୍ଡଳୀର ଆସନ୍ନ ଉପ-ନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସମ୍ପର୍କିତ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ବର୍ତ୍ତମାନ ନୂଆପଡ଼ାରେ ମୋଟ ୨,୪୮,୨୫୬ ମତଦାତା ଥିବାବେଳେ ସେଥିମଧ୍ୟରୁ ପୁରୁଷ ୧,୨୨,୧୦୩ ଜଣ, ମହିଳା ୧,୨୬,୧୩୨ ଜଣ ଏବଂ ତୃତୀୟ ଲିଙ୍ଗ ୨୧ ଜଣ ଅଛନ୍ତି । ସେହିପରି ବରିଷ୍ଠ ନାଗରିକ ୨୦୦୭ ଜଣ ଥିବାବେଳେ ଯୁବ ମତଦାତା ୬୦୦୩ ଜଣ ଏବଂ ଭିନ୍ନକ୍ଷମ ମତଦାତା ୪୦୦୦ ଜଣ ମତାଦାତା ରହିଛନ୍ତି । Post navigation ପିସିବି ଆବେଦନକୁ ଖାରଜ କଲା ଆଇସିସି କଳିଙ୍ଗା ଘାଟିରେ ଭୂସ୍ଖଳନ; କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ