ରାଜ୍ୟରେ ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ । ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଜି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି । ସେ କହିଛନ୍ତି ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ । ଆଇଏମ୍ଡି ଡିଜି ଆଉ ମଧ୍ୟ କହିଛନ୍ତି ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ବିଦର୍ଭରେ କେନ୍ଦ୍ରୀଭୂତ ହେବ। ଲଘୁଚାପ ଯୋଗୁଁ ୨ ଦିନ ଧରି ବର୍ଷା ହେଉଥିଲା, ତାହା କମିବାକୁ ଲାଗିବ । ସେହିପରି ପାର୍ବଣରେ ବର୍ଷା ହେବ କି ନାହିଁ ଏବେଠୁ କହି ହେବ ନାହିଁ’ । କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉ ନାହିଁ ।ଓଡ଼ିଶାରୁ ବର୍ତ୍ତମାନ ମୌସୁମୀ ଅପସାରଣ ହେବ ନାହିଁ। ସୃଷ୍ଟି ସମ୍ଭାବନା ଥିବା ଘୂର୍ଣ୍ଣିବଳୟ ନିକଟତର ହେଲେ ସ୍ଥିତି ବାବଦରେ ସ୍ପଷ୍ଟ ହେବ। Post navigation ଚାଷୀଙ୍କ ସାର ସମସ୍ୟା ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ବିରୋଧୀ ୨୫ ଘଣ୍ଟା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ଦୁଇଥର ଗୁଳିମାଡ଼