Odisha Govt Extends KYC Deadline
ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସେପ୍ଟେମ୍ବର ୮ତାରିଖରୁ କେୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ ।
 
କୌଣସି ଚାଷୀ ଯେପରି ବାଦ ନ ପଡ଼ନ୍ତି, ସେଥିପାଇଁ ସରକାର କେନ୍ଦ୍ରୀୟ ଯୋଜନାରେ ଅଧିକ ଚାଷୀଙ୍କୁ ସାମିଲ କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି ।
 
ସୂଚନା ଅନୁଯାୟୀ, ସିଏମ୍‌ କିଷାନରେ ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ସାମିଲ୍ ଥିବାବେଳେ ପିଏମ୍‌ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ୍ ଅଛନ୍ତି ।ପୂର୍ବବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀଙ୍କୁ ପିଏମ କିଷାନରେ ସାମିଲ କରିଛନ୍ତି ସରକାର ।

By Nirvay

Leave a Reply

Your email address will not be published. Required fields are marked *