ଭୁବନେଶ୍ବରରେ କାର୍ଯ୍ୟରତ ମହିଳା ଟ୍ରାଫିକ୍ କନଷ୍ଟେବଲ ନିଖୋଜ। ମହିଳା ଟ୍ରାଫିକ କନଷ୍ଟେବଳ ହେଲେ ଶୁଭମିତ୍ରା ସାହୁ । ସୂର୍ଯ୍ୟନଗରରୁ ନିଖୋଜ ହେବା ନେଇ କ୍ୟାପିଟାଲ ଥାନାରେ ଏତଲା । ୬ ତାରିଖରୁ ନିଖୋଜ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିନାହିଁ । ଏ ନେଇ ଆଜିପରିବାର ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏତଲା ଦିଆଯାଇଛି । ସୂଚନା ଯୋଗ୍ୟ; ଶୁଭମିତ୍ରା ସାହୁ ପାରାଦୀପର ହୋଇଥିବାବେଳେ ସେ ଭୁବନେଶ୍ୱରର କ୍ୟାପିଟାଲ ଥାନା ସୂର୍ଯ୍ୟନଗର ଅଞ୍ଚଳରେ ରହୁଥିଲେ । ସେ ଭୁବନେଶ୍ବରରେ ମହିଳା ଟ୍ରାଫିକ୍ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ। ଗତ ୬ ତାରିଖରୁ ଘରୁ ଡ୍ୟୁଟି ପାଇଁ ବାହାରି ଆସିଥିଲେ । କିନ୍ତୁ ଡ୍ୟୁଟି ସମୟ ସରିବା ପରେ ଶୁଭମିତ୍ରା ଆଉ ଘରକୁ ଫେରି ନ ଥିଲେ । ଏହା ପରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । Post navigation ବଦଳିଲା କଟକ ବାଲିଯାତ୍ରା ନାଁ ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ