ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ମିଳିବ ଜମି। ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ମିଳିବ ଜମି । ୫ ବର୍ଷ ଭିତରେ ରାଜ୍ୟରେ କେହି ଜଣେ ଭୂମିହୀନ ବ୍ୟକ୍ତି ରହିବେ ନାହିଁ । ଯେଉଁମାନଙ୍କର ୪ ଡିସିମିଲ୍ରୁ କମ ଜମି ଥିବା, ସେମାନଙ୍କୁ ମିଳିବ ଜମି । ଏହା ସହ ଯେଉଁ ଜନଜାତି ଜଙ୍ଗଲ ଜମିରେ ରହୁଛନ୍ତି ତାଙ୍କୁ ୧୦ ଡିସିମିଲ୍ ଜମି ମିଳିବ । ହୀରାକୁଦ ନିର୍ମାଣରେ ଯେଉଁମାନେ ବିସ୍ଥାପିତ ହୋଇଥିଲେ, ଜମି ପଟ୍ଟା ମିଳିବ । ୨୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନକୁ ମଧ୍ୟ ସରକାର ଜମି ଯୋଗାଇ ସାରିଛନ୍ତି । Post navigation ରାଜ୍ୟରେ ଅଭାବ ନାହିଁ ସାର: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହାନଦୀ ନଦୀତଟ ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ; ୩ ବର୍ଷରେ ଖର୍ଚ୍ଚ ହେବ ୨୪୦ କୋଟି ଟଙ୍କା