Special OTET exam to be held on September 27
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ସ୍ପେଶାଲ୍‌ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ଆସନ୍ତା ୨୭ ତାରିଖରେ ଦୁଇଟି ସିଟିଂରେ ଅନୁଷ୍ଠିତ ହେବ । ଏ ନେଇ ବୋର୍ଡ ପକ୍ଷରୁ ଶନିବାର ଦିନ ବିଜ୍ଞପ୍ତି ପ୍ରକାଶ ପାଇଛି ।
 
ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ପ୍ରଥମ ସିଟିଂ ପେପର-୧ ପରୀକ୍ଷା ଏବଂ ଅପରାହ୍ନ ୨ଟାରୁ ୪ଟା ଯାଏ ପେପର-୨ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେନ୍ଦ୍ର ବଦଳି ନ ଥିବା BSE ସୂଚନା ଦେଇଛି ।
 
ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ ଆସନ୍ତା ୧୭ ତାରିଖରୁ ବୋର୍ଡ ୱେବ୍‌ସାଇଟ www.bseodisha.ac.in ରେ ଉପଲବ୍ଧ ହେବ । ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଏହାକୁ ବାତିଲ କରାଯାଇଥିଲା ।
 
 

By Nirvay

Leave a Reply

Your email address will not be published. Required fields are marked *