ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ନବୀନ ନିବାସରେ ପହଞ୍ଚିଲେ ରାଜ୍ୟପାଳ। ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ନେଇ ପଚାରି ବୁଝିଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଏହି ସମୟରେ ସେ ସାଙ୍ଗରେ ନେଇଥିବା ଫଳ ବି ଭେଟି ଦେଇଛନ୍ତି ନବୀନଙ୍କୁ। ପ୍ରାୟ ୨୦ ମିନିଟ୍ ଧରି ନବୀନଙ୍କ ସହିତ ଆଲୋଚନା କରିଥିଲେ ରାଜ୍ଯପାଳ । ଏହା ସହ ପ୍ରଭୁ ଜଗନ୍ନାଥଙ୍କ ପାଖରେ ନବୀନଙ୍କ ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ରାଜ୍ୟପାଳ । ଏହା ପୂର୍ବରୁ ଶନିବାର ନବୀନଙ୍କୁ ମଧ୍ୟ ଭେଟି ସ୍ବାସ୍ଥ୍ୟାବସ୍ଥା ବୁଝିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ସୂଚନା ଯୋଗ୍ୟ;  ଗତ କିଛି ଦିନ ପୂର୍ବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଡିହ୍ରାଇଡେସନ ସମସ୍ୟା ଯୋଗୁ ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତିନି ଦିନ ଧରି ଚିକିତ୍ସା ହେବା ପରେ ଅଗଷ୍ଟ ୨୦ ତାରିଖରେ ଘରୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ ।  ଏହା ପରେ  ସୁସ୍ଥ ହୋଇ ନବୀନ ନିବାସ ଫେରିଥିଲେ ନବୀନ ।

 

 

Leave a Reply

Your email address will not be published. Required fields are marked *