ରାଜଧାନୀରେ ବିଏମସି କରିବ କୁକୁର ଗଣନା। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ହେବ ଗଣନା। ଏପରିକି କୁକୁରଙ୍କ କାନରେ ଲାଗିବ ଟ୍ୟାଗ। ରାଜଧାନୀରେ ଥିବା ସମସ୍ତ କୁକୁରଙ୍କ ତଥ୍ୟ BMC ପାଖରେ ରହିବ। ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ବିଏମସି ମେୟର କହିଛନ୍ତି ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା କରି ପୋଷା କୁକୁର ମାଲିକ କିଏ, ବୁଲା କୁକୁର କୁଆଡ଼େ ଯାଉଛନ୍ତି ତାହାର ସବୁ ତଥ୍ୟ ବିଏମସି ପାଖରେ ରହିବ । ରାଜଧାନୀରେ କେତେ କୁକୁର ଅଛନ୍ତି ତାହା ଜଣା ପଡିବା ସହିତ ବନ୍ଧ୍ୟାକରଣ ପରେ ରାଜଧାନୀରେ କୁକୁରଙ୍କ ସଂଖ୍ୟା ବଢୁଛି କି କମୁଛି ତାହା ଜଣା ପଡିବ । ଏହା ସହ କୁକୁରଙ୍କ ବନ୍ଧ୍ୟାକରଣ ଏବଂ ଭ୍ୟାକ୍ସିନ ହୋଇଛି କି ନାହିଁ ସମସ୍ତ ତଥ୍ୟ ରହିବ। ଫଳରେ କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ।

 

Leave a Reply

Your email address will not be published. Required fields are marked *