ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡ ହେଉଛି ରାଜ୍ୟର ସବୁଠାରୁ ବଡ ଓ ନବ ନିର୍ମିତ ବସଷ୍ଟାଣ୍ଡ । ଭୁବନେଶ୍ବରରୁ ପ୍ରତ୍ୟେକ ଦିନ ଶହ ଶହ ବସ ସବୁ ଜିଲ୍ଲାକୁ ଯାତାୟତ କରିଥାଏ। ବରମୁଣ୍ଡା ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ପାଇଁ ସତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ହେଲେ ବରମୁଣ୍ଡା ବସଷ୍ଟାଣ୍ଡ ଏବେ ନିଶା ବେପାରୀଙ୍କ ଭୂସ୍ବର୍ଗ ପାଲଟିଛି । ଅପରାଧୀଙ୍କୁ ସାବାଡ କରିବା ଓ ନିଶା କାରବାର ରୋକିବା ପାଇଁ ବରମୁଣ୍ଡା ବସଷ୍ଟାଣ୍ଡ ଭିତରେ ଗୋଟିଏ ଫାଣ୍ଡି ମଧ୍ଯ ରହିଛି । ଏହି ଫାଣ୍ଡିରେ ଜଣେ ସବ୍ ଇନ୍ସପେକ୍ଟର, ହାବିଲଦାର ଓ କନଷ୍ଟେବଳ ମଧ୍ୟ ଦାୟିତ୍ବରେ ଅଛନ୍ତି । ହେଲେ ଫାଣ୍ଡି ପାଖରେ ବିକ୍ରି ହେଉଛି ମଦ, ଗଞ୍ଜେଇ ଓ ଧଳାଜହର । ପ୍ରତ୍ୟେକ ଦିନ ଏହି ସବୁ ନିଶା କାରବାର ବିକ୍ରି ହେଉଥିଲେ ମଧ୍ୟ ଏଥି ପ୍ରତି ପାଣ୍ଡି ଅଧିକାରୀ ଓ ହାବିଲଦାର ବାବୁଙ୍କ ଦୃଷ୍ଟି ପଡୁନାହିଁ କି ? ନାଁ ନିଶା ମାଫିଆଙ୍କ ସହ ସେମାନଙ୍କ ଚାଲିଛି ସଲାସୁତୁରା, ତାହାକୁ ନେଇ ଏବେ ସୃଷ୍ଟି ହୋଇଛି ବଡ ପ୍ରଶ୍ନବାଚୀ । ଏ ନେଇ କିଛି ସ୍ଥାନୀୟ ବସ ମାଲିକ, ବ୍ୟବସାୟୀ ଓ ଯାତ୍ରୀ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

ଫାଣ୍ଡି ଅଧୁକାରୀ ଓ ହାବିଲଦାର ବାବୁ ନିଶା ମାଫିଆଙ୍କ ସହ ହାତ ମିଳାଇଥିବା କଥାକୁ ଏଡାଇ ଦିଆଯାଇନପାରେ ବୋଲି ଅଭିଯୋଗ ଆସୁଛି। ଫଳରେ ଯାତ୍ରୀମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପ୍ରତ୍ୟେକ ଦିନ ସେଠାରେ ଅସାମାଜିକ ଯୁବକଙ୍କ ଆଡ୍ଡା ଜମୁଛି। ପ୍ରତ୍ୟେକ ଦିନ ଜୁଆ ଆଡ୍ଡା ମଧ୍ୟ ସେଠାରେ କୁଆଡେ ଚାଲେ ବୋଲି ଅଭିଯୋଗ ହୋଇଛି ।

ପୁରୁଣା ବରମୁଣ୍ଡା ବସଷ୍ଟାଣ୍ଡରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବାରୁ ଫାଣ୍ଡି ଥିଲେ ମଧ୍ୟ କାମନ ନୁହେଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ଏଭଳି ଅଫିସର ବେଆଇନ କାମରେ ଲିପ୍ତ ରହିବା ସହ ଅପରାଧୀଙ୍କ ସହ ହାତ ମିଳାଉଥିବାରୁ ସେମାନଙ୍କୁ ତୁରନ୍ତ ବରମୁଣ୍ଡା ଫାଣ୍ଡିରୁ ଅନ୍ୟତ୍ର ବଦଳି କରିବାକୁ ଦାବି ଜୋର ଧରିଛି । ଯଦି ଆଗାମୀ ଦିନରେ ଫାଣ୍ଡି ଅଧିକାରୀ ଓ ହାବିଲଦାରଙ୍କୁ ବରମୁଣ୍ଡା ଫାଣ୍ଡିରୁ ବଦଳି କରାନଯାଏ ତା ହେଲେ ବସଷ୍ଟାଣ୍ଡରେ ଆଗକୁ ଅସାମାଜିକ ଯୁବକଙ୍କ ଆତଙ୍କ ବଢ଼ିବା ସହ ନିଶା ବ୍ୟବସାୟ ଦ୍ରୁତ ବେଗରେ ବଢ଼ି ଚାଲିବ।

ପ୍ରତ୍ୟେକ ଦିନ ବସରେ ଧଳାଜହର, ଗଞ୍ଜାଇ ଓ ମଦ ଚାଲାଣ ହେଉଥିଲେ ମଧ୍ୟ ପୁଲିସ କିଭଳି ତାର ଟେର ପାଉନାହିଁ ତାହା ସମସ୍ତଙ୍କୁ ଚକିତ କରି ଦେଇଛି। ଅନେକ ଥର ନିଶା ମାଫିଆଙ୍କୁ ସ୍ଥାନୀୟ ଲୋକେ ଧରି ପୁଲିସ ଜିମା ଦେବାର ନଜିର ରହିଛି । ହେଲେ ନିଶା ମାଫିଆଙ୍କୁ ସାବାଡ କରିବା ପଛରେ ଫାଣ୍ଡି ଅଧିକାରୀଙ୍କ କୌଣସି ଭୂମିକା ନଥିବା ସ୍ପଷ୍ଟ ହୋଇଛି। ଏହି ଭଳି ପୁଲିସ ଅଫିସର ଓ ହାବିଲଦାର ଯଦି ରାଜଧାନୀରେ ରହିବେ ତାହେଲେ ରାଜଧାନୀରୁ ନିଶା ବ୍ୟବସାୟ କମିବା ପରିବର୍ତ୍ତେ ଦ୍ରୁତ ବେଗରେ ବଢ଼ି ବଢ଼ି ଚାଲିବ । ଆଉ ବଦନାମ ହେବେ ପୁଲିସ କମିଶନର ଓ ଡିସିପି ।

ପୁଲିସ କମିଶନର ଓ ଡିସିପି ନିଶା ମାଫିଆଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ଅଭିଯାନ କରିବା ସହ ଡିଜିପିଙ୍କ ନିର୍ଦ୍ଦେଶରେ ସବୁ ଜିଲ୍ଲାରେ ଚାଲିଛି ଅପରେସନ ଗରୁଡ । ହେଲେ ଏହି ଅଭିଯାନର ବ୍ୟତୀକ୍ରମ ଖୋଦ ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଦେଖିବାକୁ ମିଳିଛି । ଯାହା ପୁଲିସ ଡିଜିପିଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଉଲଂଘନ । ଅନ୍ଯ ପେଟ ଅପରାଧୀମାନେ ସେଠାରେ ବୁଲାବୁଲି କରିବା ସହ ଯାତ୍ରୀ ଓ ବସ ମାଲିକଙ୍କୁ ଦାଦାବଟି ଖୁଲମଖୁଲା ଭାବେ ମାଗୁଥିଲେ ମଧ୍ୟ ପୁଲିସ ସବୁ ଦେଖ୍ ସେଠାରେ ନିରବଦ୍ରଷ୍ଟା ସାଜିଛି ।

ଏ ନେଇ ଆମେ ଭରତପୁର ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ ଯେ, ଯଦି ଏଭଳି ଘଟଣା ସେଠାରୁ ଘଟୁଛି ତାହେଲେ ମୁଁ ତଦନ୍ତ କରିବି । ଅନ୍ୟ ପଟେ ବରମୁଣ୍ଡା ପୁରୁଣା ବସଷ୍ଟାଣ୍ଡରେ ଥିବା ପାଣ୍ଡିରେ ତାଲା ପଡିଥିବାବେଳେ ଫାଣ୍ଡି ଅଧିକାରୀ ଓ ହାବିଲଦାର ବାବୁ କୁଆଡେ ନୂଆ ବସଷ୍ଟାଣ୍ଡରେ ରହୁଥିଲେ ମଧ୍ୟ ଏଠାକୁ ଆସୁନଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *