ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ । ବିରୋଧୀ ଦଳ ନେତା ତଥା ନବୀନ ପଟନାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଆଜି ଉନ୍ନତି ଆସିଛି । ଭୁବନେଶ୍ବର ସମ୍ ଅଲ୍ଟିମେଟ ମେଡିକେୟାରରେ ଭର୍ତ୍ତି ହୋଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଏବେ ସତେଜ ଅନୁଭବ କରୁଛନ୍ତି ଏବଂ ଚିକିତ୍ସା ଜାରି ରହିଥିବା ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ବିଜେଡି ପକ୍ଷରୁ ନବୀନଙ୍କ ଏକ ଭିଡିଓ ଜାରି କରାଯାଇଛି। ଯେଉଁଥିରେ ନବୀନ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଭଲସେ କଥା ହେଉଛନ୍ତି ଆଉ ଭଲ ଅନୁଭବ କରିଥିବା କହିଛନ୍ତି । ସୂଚନା ଯୋଗ୍ୟ; ଡିହାଇଡ୍ରେସନ୍ ଯୋଗୁଁ ଅସୁସ୍ଥ ହୋଇ ପଡ଼ିଥିଲେ ନବୀନ । ତେଣୁ ଗତକାଲି ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନ ୫ଟା ୧୫ରେ ତାଙ୍କୁ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି ବୋଲି ଜଣାପଡିଛି। Post navigation ମୁଁ ବି ନିର୍ଭୟର ଗୁମର କଥା ଦେଖେ: ରାଷ୍ଟ୍ରପତି ଦ୍ରୌପଦୀ ମୃର୍ମୁ ଭିଜିଲାନ୍ସ ଜାଲରେ ଅନୁଗୁଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ