ମହାନଦୀ ଜଳବିବାଦର ସମାଧାନର ବାଟ ଖୁବ ଶୀଘ୍ର ବାହାରିବ, ଟ୍ରିବ୍ୟୁନାଲ ତାରିଖ ବନ୍ଦ ହେବ, ଆପୋସ ଆଲୋଚନାରେ ମହାନଦୀ ଜଳବିବାଦ ସମାଧାନ ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି । ଛତିଶଗଡ଼ର ଏହାକୁ ନେଇ ବିଶେଷ କିଛି ସମସ୍ୟା ଥିଲା ପରି ମନେ ହେଉନି ।ଛତିଶଗଡ଼ ଓ କେନ୍ଦ୍ର ସହ ଆପୋସ ସମାଧାନ ନେଇ ସାମଲ ଆଶାବାଦୀ ବୋଲି କହିଛନ୍ତି । ବିଗତ ସରକାର ସେ ଦିଗରେ ଚିନ୍ତା କରିନଥିଲେ ବୋଲି ଆଜି ଓଡ଼ିଶା ଏଭଳି ସ୍ଥିତିରେ ଅଛି ବୋଲି ମନମୋହନ ସାମଲ କହିଛନ୍ତି । Post navigation ପି.ଏମ୍ କିଷାନ ଯୋଜନା: ଓଡ଼ିଶାର ପ୍ରାୟ ୩୫ ଲକ୍ଷ କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା ପିପିଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମାଡ଼