ଭାରତ ଉପରେ ଆମେରିକାର ଟାରିଫ ମାଡ଼। ଆଜିଠାରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବ। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବ, ଯାହା ଆଜିଠୁ ଲାଗୁ ହେବ। ଏହି ହଠାତ୍ ପଦକ୍ଷେପ ଆମେରିକାକୁ ପ୍ରାୟ ସମସ୍ତ ଭାରତୀୟ ରପ୍ତାନିକୁ ପ୍ରଭାବିତ କରିବ। ପ୍ରବଳ ଭାବରେ ପ୍ରଭାବିତ ହେବ ବୟନ ଶିଳ୍ପ, ଧାତୁ ଏବଂ ଔଷଧ କମ୍ପାନୀ। ଟାରିଫ୍‌ ପ୍ରଭାବରେ ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ମହଙ୍ଗା ହାରରେ ଆମେରିକାରେ ଉପଲବ୍ଧ ହେବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ଲାଗୁ ଘୋଷଣା କରିବା ସମୟରେ କହିଛନ୍ତି ଯେ ବନ୍ଧୁ ହେବା ସତ୍ତ୍ୱେ, ଭାରତ ଏବଂ ଆମେରିକା ଅପେକ୍ଷାକୃତ କମ୍ ବାଣିଜ୍ୟ କରିଛନ୍ତି। ଭାରତ ଅନ୍ୟଦେଶମାନଙ୍କ ତୁଳନାରେ ସବୁଠୁ ଅଧିକ ଟାରିଫ୍ ଲଗାଉଛି । ଭାରତ ସୈନ୍ୟ ଉପକରଣ ବିଶେଷ କରି ଋଷ ଠାରୁ କିଣୁଛି । ରୁଷିଆ ଠାରୁ ତେଲ ଓ ଯୁଦ୍ଧ ସାମଗ୍ରୀ କିଣିଥିବାରୁ ଭାରତକୁ ଅତିରିକ୍ତ ଦେୟ ଦେବାକୁ ପଡିବ । ସାରା ବିଶ୍ୱ ଯେତେବେଳେ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ମତ ଦେଉଛନ୍ତି ସେତେବେଳେ ଭାରତ ଋଷ ଠାରୁ ଯୁଦ୍ଧାସ୍ତ୍ର କିଣି ଋଷକୁ ଶକ୍ତିଶାଳୀ କରୁଛି ।

Leave a Reply

Your email address will not be published. Required fields are marked *