ମହଙ୍ଗା ପଡ଼ିଲା ନିୟମ ଉଲ୍ଲଙ୍ଘନ । ଆୟକର ଫାଙ୍କିବା ଜଣେ ବସ୍ ମାଲିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । କଟକ ଶିବଶଙ୍କର ନାମକ ଏକ ଘରୋଇ ବସ୍ ମାଲିକଙ୍କ ଉପରେ ୯ ଲକ୍ଷ ୯୨ ହଜାର ଟଙ୍କାର ଜରିମାନା କଲେ ଆର୍ଟିଓ । ଫିଟିନେସ୍, ପରମିଟ୍, ବକେୟା ସହ ଜରିମାନା ରାଶି ମିଶାଇ ୧୦ ଲକ୍ଷ ୧୯ ହଜାର ୭୫୬ ଟଙ୍କା ଫାଇନ୍ ପଡ଼ିଥିବା ଜଣାପଡିଛି । ସୂଚନା ଯୋଗ୍ୟ; ଶିବଶଙ୍କର ବସ୍ ମାଲିକ ବାରମ୍ବାର ଟ୍ୟାକ୍ସ ଫାଙ୍କି ଆସୁଥିଲେ । ଏହା ସହିତ ଗାଡ଼ିର ବୀମା ନ ଥିବାବେଳେ ଫିଟ୍ ନେସ, ପରମିଟ୍ ଏବଂ ପଲ୍ୟୁସନ୍ ସାର୍ଟିଫିକେଟ୍ ମଧ୍ୟ ନ ଥିଲା। ଏ ନେଇ କଟକ ଆରଟିଓ ପକ୍ଷରୁ ଯାଞ୍ଚ କରାଯିବା ପରେ ୧୦ ଲକ୍ଷ ୧୯ ହଜାର ୭୫୬ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଫିଟନେସ୍ ପାଇଁ ୫ହଜାର, ପଲ୍ୟୁସନ ପାଇଁ ୧୦ ହଜାର, ପରମିଟ ବାବଦକୁ ୧୦ ହଜାର, ବୀମା ପାଇଁ ୨ ହଜାର, ଟ୍ୟାକ୍ସ ବାବଦକୁ ୩ ଲକ୍ଷ ୭ହଜାର ୬୬୪ ଓ ପେନାଲ୍ଟି ବାବଦକୁ ୬ଲକ୍ଷ ୮୫ ହଜାର ୯୨ ଟଙ୍କା ଦେବାକୁ ପଡ଼ିବ । Post navigation ପାକିସ୍ତାନ ସହ ଅଏଲ ପାର୍ଟନରସିପ୍ ଡିଲ୍ ଘୋଷଣା କଲେ ଟ୍ରମ୍ପ; ଭାରତୀୟ ଅର୍ଥନୀତିକୁ ‘ଡେଡ’ କହିଲେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା; ଶିକ୍ଷକ କି ଯେତେ ବଡ଼ ଲୋକ ହୁଅନ୍ତୁ ସମସ୍ତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷାମନ୍ତ୍ରୀ