ପୂର୍ତ୍ତ ବିଭାଗ କାର୍ଯ୍ୟରେ AI ଆଧାରିତ ସଫ୍ଟୱେର୍‌ ବ୍ୟବହାର ହେବ । ଏ ନେଇ ଆଜି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଟେଣ୍ଡର୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ସମ୍ପୂର୍ଣ୍ଣ AI ଆଧାରିତ ହେବ । ଟେଣ୍ଡର୍ ମ୍ୟାନେଜମେଣ୍ଟକୁ ଅନ୍‌ଲାଇନ କରିବ ପୂର୍ତ୍ତ ବିଭାଗ । ଆଉ ପ୍ରକଳ୍ପ ଶେଷ ହେବାରେ ବିଳମ୍ୱ ହେବ ନାହିଁ । ପୂର୍ବରୁ ଦୁଇରୁ ଅଢେଇ ମାସ ଲାଗୁଥିବା ବିଡ୍ ମୂଲ୍ୟାଙ୍କନ ପ୍ରକ୍ରିୟା ଏକ ସପ୍ତାହ ଭିତରେ ହୋଇପାରିବ ।

ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଅନ୍‌ଲାଇନ ଆପ୍ଲିକେସନ୍ କରିବା ପାଇଁ କାମ ଆରମ୍ଭ ହୋଇଛି ।  ଏ ନେଇ ଗତକାଲି ଏକ ରିସର୍ଚ୍ଚ ଟିମ୍ ସହ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି । ଏହା କାର୍ଯ୍ୟକାରୀ ହେଲେ  କାମ ଅଧିକ ତ୍ୱରାନ୍ୱିତ ହେବ ଏବଂ ଶୀଘ୍ର ସରିବ । ତେବେ ପ୍ରକଳ୍ପର ବିଡ୍ ଦାଖଲ ହେଲା ପରେ ବିଡ୍ ଗୁଡ଼ିକର ମୂଲ୍ୟାୟନ କରିବା, ବୈଷୟିକ ବିଡ୍ ଏବଂ ଆର୍ଥିକ ବିଡ୍‌ର ତୁଳନା କରିବା, ପ୍ରତିକ୍ରିୟାଶୀଳ ବିଡ୍ ଅଛି କି ନାହିଁ ଅନୁଧ୍ୟାନ କରିବା ଓ ଟେଣ୍ଡରର ମୂଲ୍ୟାଙ୍କନ ପ୍ରକ୍ରିୟା ସଂପୂର୍ଣ୍ଣ ରୂପେ ଏଆଇ ଆଧାରିତ ସଫ୍ଟଓୟାରରେ ମନିଟର କରାଯିବ ।

 

Leave a Reply

Your email address will not be published. Required fields are marked *