ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ବିରୋଧରେ ଜାତୀୟ ମହିଳା କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡି ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଖଟୁଆ ଦେଇଥିବା ଅଶାଳୀନ, ମହିଳା ବିରୋଧୀ ଓ କୁତ୍ସିତ ମନ୍ତବ୍ୟ ପାଇଁ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡିଛି ବିଜୁ ଜନତା ଦଳ । ବିଜୁ ଜନତା ଦଳର ରାଜ୍ୟ ସଭା ସାଂସଦ ମାନେ ରାଷ୍ଟ୍ରୀୟ ମହିଳା କମିଶନଙ୍କୁ ଭେଟି ଓଡ଼ିଶାର ବିଜେପି ସରକାର ତଥା ପୋଲିସ ଏ ବିଷୟରେ ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିବା ପ୍ରତିବାଦରେ ସ୍ମାରକ ପତ୍ର ପ୍ରଦାନ କରିଛି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସଭା ସାଂସଦ ଡ. ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ଓ ମୁଖପାତ୍ର ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଥିଲେ । Post navigation ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ନର୍ସିଂ ଅଫିସରଙ୍କ ଅସଦାଚରଣ ଅଭିଯୋଗ ବିଜେଡି ଓ କଂଗ୍ରେସ ପାଇଁ ‘ମହିଳା ସୁରକ୍ଷା’ ପ୍ରସଙ୍ଗ ନୁହେଁ; ବରଂ ନିଜ ରାଜନୈତିକ ସ୍ୱାର୍ଥ: ସୁକେଶୀ ଓରାମ