ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ରେଡ଼ ୱାର୍ଣ୍ଣିଂ ଜାରି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକୁ ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ପାଇଁ ଆଜି ରେଡ୍ ୱାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରବଳ ବର୍ଷା ପାଇଁ ଆଗୁଆ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ବିଭିନ୍ନ ବିଦ୍ୟାଳୟ ସଂଲଗ୍ନ ଥିବା ଆବାସୀୟ ଛାତ୍ରାବାସଗୁଡିକର ଛାତ୍ରଛାତ୍ରୀମାନଙ୍କୁ ଏଜବେଷ୍ଟସ କିମ୍ବା କଚ୍ଚାଘରେ ନରଖି କଙ୍କ୍ରିଟ୍ ଘରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । Post navigation ମଣିପୁରରେ ଆଉ ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ ରେକର୍ଡ ସୃଷ୍ଟି କଲେ ମୋଦୀ; ଭାରତର ଦ୍ୱିତୀୟ ସର୍ବାଧିକ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦୀ