ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବସେ) । ବୋର୍ଡ ପକ୍ଷରୁ ତା’ର ନିୟମରେ କିଛି ସଂଶୋଧନ କରି ସ୍କୁଲଗୁଡ଼ିକରେ ରିୟଲ ଟାଇମ, ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି ସିବିଏସଇ । ପ୍ରତିଟି ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ପଏଣ୍ଟରେ ଲାଗିବ ସିସିଟିଭି । ଏହା ସହିତ ସ୍କୁଲର ଲବି, କରିଡର୍, କ୍ଲାସ୍ରୁମ୍, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡ଼ିଆରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିବ । ଅତିକମରେ ୧୫ ଦିନର ଭିଡିଓ ସଂରକ୍ଷିତ ରଖିବା ଭଳି ବ୍ୟବସ୍ଥା ହେବ । Post navigation ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼