ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବଳଙ୍ଗା ନାବାଳିକାଙ୍କୁ ପୋଡି ଦେବା ମାମଲାକୁ ନେଇ ସରଗରମ ହୋଇଛି ରାଜନୀତି । ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ। ବଳଙ୍ଗା ନାବାଳିକାଙ୍କୁ ପୋଡି ଦେବା ଘଟଣାକୁ ନେଇ ଆଜି ବିଜେଡି ପକ୍ଷରୁ ବଳଙ୍ଗା ଥାନା ଘେରାଉ ଉଦ୍ୟମ ହୋଇଛି ।

ଶତାଧିକ କର୍ମୀ ଥାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି । ଲେଖାଶ୍ରୀ ସାମନ୍ତ ସିଂହାର, ରାଜଶ୍ରୀ ମଲ୍ଲିକ, ଟୁକୁନି ସାହୁ, ରୁଦ୍ର ମହାରଥୀ, ପ୍ରଦୀପ ମାଝୀ ସହ ଅନେକ ନେତା ଅଛନ୍ତି ।

ବଳଙ୍ଗା ଥାନା ଭିତରକୁ ଧସେଇ ପଶିବାକୁ ବିଜେଡି ନେତା ଓ କର୍ମୀ ଉଦ୍ୟମ କରିଛନ୍ତି । ଥାନା ଘେରାଉ ବେଳେ ବିଜେଡି କର୍ମୀ ଓ ପୋଲିସ ଧସ୍ତାଧସ୍ତି ପରିସ୍ଥିତି ଦେଖା ଯାଇଛି। ଏହା ସହ ମୋହନ ମାଝୀ ସରକାର ବିରୋଧରେ ନାରାବାଜି କରିଥିବାର ଦେଖାଯାଇଛି । ବଳଙ୍ଗା ଘଟଣାରେ ଏ ପର୍ଯ୍ୟନ୍ତ କେହି ଗିରଫ ହୋଇ ନ ଥିବାରୁ ବିରୋଧୀ ଦଳ ଥାନା ଘେରାଉ କରି ପ୍ରତିବାଦ କରିଥିବା ଜଣାପଡିଛି। ସୁରକ୍ଷା ଦୃଷ୍ଟିରୁ ବଳଙ୍ଗା ଥାନାରେ ପୋଲିସ ଛାଉଣି ହୋଇଛନ୍ତି ।

ଅନ୍ୟପଟେ ସାଇଣ୍ଟିଫିକ ଟିମ୍ ଓ ଦୁଇଟି ସ୍ପେଶାଲ ସ୍କ୍ୱାଡ ମାମଲାର ତଦନ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *