ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ଥିବା ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳର ନାବାଳିକାର ଅବସ୍ଥା ଗୁରୁତର ଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନ୍ରେ ରହିବେ । ରକ୍ତଚାପ ମଧ୍ୟ କମ୍ ରହିଛି । ଭେଣ୍ଟିଲେଟରରେ ନାହାନ୍ତି ହେଲେ ICUରେ ଅକ୍ସିଜେନ ସପୋର୍ଟରେ ଅଛନ୍ତି । କିନ୍ତୁ ପୀଡ଼ିତା ଏବେ କଥାବାର୍ତ୍ତା କରୁଛନ୍ତି ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି । ପୀଡିତାର ଶରୀର ୭୫ ପ୍ରତିଶତ ପୋଡ଼ିଛି, ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ବୋଲି ବିଶ୍ୱାସ କହିଛନ୍ତି । ଏମ୍ସ ରେ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ବଳଙ୍ଗା ଛାତ୍ରୀଙ୍କ ଚିକିତ୍ସା ଚାଲିଛି । ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି ବୋଲି ଗଣମାଧ୍ୟମକୁ ଏମ୍ସ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପୋଲିସ ଆଜି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି । Post navigation ସାମ୍ନାକୁ ଆସିଲା ଆଇସିସିକୁ ପୀଡ଼ିତାଙ୍କ ବାପାଙ୍କ ଲେଖିଥିବା ଚିଠି ଗୁମର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ