ବିହାରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ ସହିତ ତାଙ୍କ ବର୍ଷିଲା ଫୁଲ ବର୍ଷା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହି ଯୋଜନାଗୁଡ଼ିକ ରାଜ୍ୟର ପୂର୍ବ ଏବଂ ପଶ୍ଚିମ ଅଞ୍ଚଳକୁ ସଂଯୋଗ କରିବ, ପରିବହନକୁ ସହଜ କରିବ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ନୂତନ ଶକ୍ତି ଦେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ବିହାରକୁ କୋଟି କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେବା ସହିତ ୪ଟି ଅମୃତ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ ବିହାରର ଅନେକ ଅଞ୍ଚଳ ଦେଇ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ମଣ୍ଡଳରେ ପହଞ୍ଚିବ । ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିବା ଟ୍ରନ ଗୁଡ଼ିକ ହେଲା – ରାଜେନ୍ଦ୍ର ନାଗର ଟର୍ମିନାଲ (ପାଟନା) – ନୂଆଦିଲ୍ଲୀ ଅମୃତ ଭାରତ ଏକ୍ସପ୍ରେସ, ମାଲଦା ଟାଉନ-ଭାଗଲପୁର-ଗୋମତି ନାଗର (ଲକ୍ଷ୍ନୌ) ଅମୃତ ଭାରତ ଏକ୍ସପ୍ରେସ, ଦରଭଙ୍ଗା-ଗୋମତି ନାଗର ଅମୃତ ଭାରତ ଏକ୍ସପ୍ରେସ ଏବଂ ବାପୁଦମ ମୋତିହାରୀ-ଆନନ୍ଦ ବିହାର (ଦିଲ୍ଲୀ) ଅମୃତ ଭାରତ ଏକ୍ସପ୍ରେସ ଟ୍ରେନରୁ । Post navigation ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ ଆସୁଛି ଆଉ ଏକ ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା