ମନମୋହନ ସାମଲଙ୍କ ନାଁ ବିଜେପି ସଭାପତି ଭାବେ ଆଜି ବିଧିବଦ୍ଧ ଭାବେ ଘୋଷଣା ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୨୦୨୪ ରେ ମନମୋହନ ଭାଇଙ୍କ ପାଇଁ ରାଜ୍ୟରେ ସରକାର ହୋଇଛି କହିଲେ ମୁଖ୍ୟମନ୍ତ୍ରୀ । ମନମୋହନଙ୍କୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମଲଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ସମ୍ଭବ ହୋଇପାରିଛି । ୨୧ରୁ ୨୦ ସାଂସଦ ଜିତିବା ମନମୋହନ ଭାଇଙ୍କ ନେତୃତ୍ୱ ପାଇଁ ହୋଇଛି । ଓଡ଼ିଶା ଆଜି କେନ୍ଦ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ମାଝୀ କହିଛନ୍ତି । ABVP କର୍ମକର୍ତ୍ତାରୁ ବିଧାୟକ, ମନ୍ତ୍ରୀ, ସାଂସଦ ଏବଂ ରାଜ୍ୟ ବିଜେପିର ଚତୁର୍ଥ ଥର ପାଇଁ ସଭାପତି ହୋଇଛନ୍ତି ମନମୋହନ । ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ରାଜ୍ୟ ସଭାପତି ଭାବେ ସାମଲଙ୍କ ନାମ ଆଜି ଘୋଷଣା କରିଛନ୍ତି । Post navigation ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିନ୍ଦଲ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ବିକ୍ଷୋଭ ରାଜ୍ୟ ସଭାପତି ଭାବେ ମନମୋହନ ସାମଲ ଏବଂ ୩୨ ଜଣ ରାଷ୍ଟ୍ରୀୟ ପରିଷଦ ସଦସ୍ୟଙ୍କ ନାମ ହେଲା ଘୋଷଣା