ରଥଯାତ୍ରା ଭଳି ବାହୁଡ଼ାରେ ବି ଦେଖିବାକୁ ମିଳିଛି ବଡ଼ ବିଭ୍ରାଟ । ତୁଳସୀ କ୍ଷେତ୍ରରେ ଅଟକି ରହିଛି ବ୍ରହ୍ମତାଳଧ୍ବଜ । ୩ୟ ଦିନରେ ବି ପହଞ୍ଚିନି ‘ବ୍ରହ୍ମତାଳଧ୍ବଜ’ ରଥ । ରଥ ବାରମ୍ବାର ମୋଡ଼ ନେଉଥିବାରୁ ସିଧା କରିବାକୁ ଉଦ୍ୟମ କରାଯାଉଛି । ବାରମ୍ବାର ରଥ ମୋଡ଼ ନେଉଥିବା ରଥ ଆଗକୁ ବଢ଼ି ପାରୁ ନାହିଁ । ଗତକାଲି ଦ୍ୱିତୀୟ ଦିନରେ ସମାନ ଘଟଣା ଘଟିଥିଲା । ମାତ୍ର ତିନି ଶହ ମିଟର ଆଗକୁ ବଢ଼ି ପାରିଥିଲା ରଥ । ଚେନ୍ ପୁଲି ସାହାଯ୍ୟରେ ମହାରଣା ସେବାୟତଙ୍କ ଉଦ୍ୟମ ଜାରି ରହିଛି ।

ପୂର୍ବରୁ ଶ୍ରୀଗୁଣ୍ଡିଚାରେ ରଥ ଟଣା ସୁରୁଖୁରେ ହୋଇ ନ ଥିଲା । ରଥଯାତ୍ରାର ଚତୁର୍ଥ ଦିନରେ ବ୍ରହ୍ମତାଳଧ୍ୱଜ ମାଉସୀ ମା ମନ୍ଦିରରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *