Pradeep Bal Samanta
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ବଡ଼ ଘୋଷଣା । ଆସନ୍ତାବର୍ଷ ଅର୍ଥାତ ୨୦୨୬ ଜାନୁଆରୀ ୩୧ ସୁଦ୍ଧା ଆସିବ ନୂଆ ସମବାୟ ନୀତି ।
 
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏନେଇ ଦିଲ୍ଲୀରେ ବୈଠକ ବସିଥିଲା । ଦିଲ୍ଲୀରୁ ଫେରିବା ପରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏହି ସୂଚନା ଦେଇଛନ୍ତି ।
 
ସୂଚନା ଅନୁଯାୟୀ, ରାଜ୍ୟର ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ ହେବ । ସବୁ ସମବାୟ ସମିତିରେ ହେବ ମଲ୍ଟିପୁଲ୍ ବ୍ୟବସାୟ । ସମିତିରେ LPG ଗ୍ୟାସ୍ ବିତରଣ ଓ ଔଷଧ ଦୋକାନ ରହିବ । ପେଟ୍ରୋଲ୍ ପମ୍ପ୍‌, ଜନ ସେବା କେନ୍ଦ୍ର, ଡାଇରୀ ଫାର୍ମ, ଦୁଗ୍ଧ ବିତରଣ ବ୍ୟବସ୍ଥା, ଲୋକଙ୍କ ଘର ପାଖରେ ସୁବିଧା ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ।
 
ଏଥି ସହ ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ବ୍ୟାଙ୍କ । ଲାଭ ପାଇଁ ନୁହେଁ ବରଂ ସେବା ପାଇଁ କାମ କରିବ ସମବାୟ ସମିତି । 

By Nirvay

Leave a Reply

Your email address will not be published. Required fields are marked *