odisha govt urges OAS association to postpone strike
ରାଜ୍ୟରେ ପ୍ରବଳ ବର୍ଷା ପରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଉପୁଜିଛି । ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ତେଣୁ ରଥଯାତ୍ରା ଓ ବନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି କାର୍ଯ୍ୟରେ ଯୋଗ ଦେବାକୁ ଓଏଏସ ସଂଘକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି । ଏବେ ଆନ୍ଦୋଳନ ସ୍ଥଗିତ ରଖି ପରେ କରିପାରିବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି ।
 
ଭୁବନେଶ୍ୱର ମହାନଗର ନିଗମ (BMC) ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ ଘଟଣାରେ କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କ ସମେତ ଦଳର ୫ ଜଣ ନେତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି ଏବଂ ଗିରଫ କରାଯାଇଛି ।
 
ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି ।ଯଦି ବିନା ପ୍ରମାଣରେ ପ୍ରଚ୍ଛଦ ପଟର କିଏ ଗିରଫ ହୁଅନ୍ତି, କୋର୍ଟ ଗ୍ରହଣ କରିବେନି ।ଯେଉଁମାନଙ୍କ ଭିଡିଓ ଫୁଟେଜ ଅଛି, ସେମାନେ ଗିରଫ ହୋଇ ସାରିଛନ୍ତି । ପ୍ରଚ୍ଛଦ ପଟରେ କିଏ, ଖୋଜିବାକୁ ଟିକେ ସମୟ ଲାଗିବ, କେହି ବର୍ତ୍ତିବେ ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *