ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ତୀବ୍ର ପ୍ରତିବାଦ କରିଛି ଓଡିଶା ପ୍ରଶାସନିକ ସେବା ସଂଘ । ଏହାର ପ୍ରତିବାଦରେ ରାଜ୍ୟ ସରକାରଙ୍କୁ ତିନି ଦିନର ସମୟ ଦେଇଛି ଓଏଏସ ସଂଘ । ମାସ ମାସ ଧରି ତଦନ୍ତ ଚାଲିଲେ ହେବନି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ୩ ଦିନ ଭିତରେ ତଦନ୍ତ ସାରିବା ଦରକାର ଓ ସରକାର ଆକ୍ସନ ନେବା ଦରକାର ବୋଲି ଓଏଏସ ସଂଘ ଦାବି କରିଛି । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ତୁରନ୍ତ ଗିରଫ ଦାବି କରିଛି ସଂଘ । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରହିବ ବୋଲି ସଂଘ କହିଛି । ସଂଘର କହିବା ଅନୁଯାୟୀ, ବନ୍ୟା ଅଞ୍ଚଳରେ ଅଫିସର ମାନେ କାର୍ଯ୍ୟ କରୁଛନ୍ତି, ରଥଯାତ୍ରାରେ ପ୍ରାୟ ୧୦୦ ଅଫିସର ମଧ୍ୟ କାର୍ଯ୍ୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ସଂଘର ପୂରା ଭରସା ଅଛି, ମୁଖ୍ୟମନ୍ତ୍ରୀ ନିଶ୍ଚିତ ଆକ୍ସନ ହେବ । ଆକ୍ସନ ହେବାର ଘଣ୍ଟାକ ଭିତରେ ସମସ୍ତେ କାର୍ଯ୍ୟରେ ଯୋଗ ଦେବୁ ବୋଲି ସଂଘ ତରଫରୁ କୁହାଯାଇଛି । Post navigation ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ରଥଯାତ୍ରା ଓ ବନ୍ୟା ପରିସ୍ଥିତିରେ ଧର୍ମଘଟ ସ୍ଥଗିତ ରଖି କାର୍ଯ୍ୟରେ ଯୋଗ ଦେବାକୁ ଓଏଏସ ସଂଘକୁ ମନ୍ତ୍ରୀଙ୍କ ଅନୁରୋଧ