AEE, Titlagarh Dileswar Majhi in Vigilance net
ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଦିଲେଶ୍ୱର ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି ।
 
ଟିଟିଲାଗଡ଼ରେ ଥିବା ଦିଲେଶ୍ଵର ମାଝୀଙ୍କ ସରକାରୀ ବାସଭବନ, ଅଫିସ ସମେତ ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଥିବା ତାଙ୍କ ସଂପର୍କିୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି ।
 
ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାର ମୋଟ ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହେଉଛି । ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି ।
 
ସୂଚନା ଅନୁସାରେ, ଦିଲେଶ୍ୱର ମାଝୀ ବଲାଙ୍ଗୀରର କଣ୍ଟାବାଞ୍ଜି ଆର ଆଣ୍ଡ ବି ଡିଭିଜନ ଅନ୍ତର୍ଗତ ଟିଟଲାଗଡ଼ ଆର ଆଣ୍ଡ ବି ସବ-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।
 
ଏକାକାଳୀନ ଚଢ଼ାଉ ହେଉଥିବା ୬ଟି ସ୍ଥାନ:
 
1. ସମ୍ବଲପୁର ସହର, ୟୁନିଟ୍-୧୬ (ସାରଲା) ରେ ଏକ ଦୁଇ ମହଲା ଘର
 
2. ଝାରସୁଗୁଡାର ବ୍ରଜରାଜନଗର ୟୁନିଟ୍-୨,  ଗାନ୍ଧାଗୋରା ମୌଜା ଠାରେ ଏକ ଦୁଇ ମହଲା କୋଠା
 
3. ଝାରସୁଗୁଡାର ବ୍ରଜରାଜନଗର, ୟୁନିଟ୍-୨ ଗଣ୍ଡାଗୋରା, ନୁଆଡିହି ମୌଜା ଠାରେ ଥିବା ଏକ ମାର୍କେଟ କମ୍ପ୍ଲେକ୍ସ
 
4. ଝାରସୁଗୁଡା ଜିଲ୍ଲା ଲହାଣ୍ଡାବୁଡରେ ଦୁଇଟି ହାଉସିଂ ବୋର୍ଡ ଘର ଏବଂ ଅଫିସ୍ ଚାମ୍ବର
 
5. କଣ୍ଟାବାଞ୍ଜିସ୍ଥିତ ସରକାରୀ ବାସଭବନ
 
6. ଟିଟଲାଗଡସ୍ଥିତ ସରକାରୀ ଅଫିସ

By Nirvay

Leave a Reply

Your email address will not be published. Required fields are marked *