ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ପୋଲିସ୍-ମାଓବାଦୀ ଗୁଳି ବିନିମୟ ହୋଇଛି। ଏହି ପୋଲିସ ଏନକାଉଣ୍ଟରେ ୨ ହାର୍ଡକୋର୍ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହା ସହ ସେଠାରେ ରାଇଫଲ୍, ବନ୍ଧୁକ ଓ ବିପୁଳ ପରିମାଣର ବିସ୍ପୋରକ ଜବତ ହୋଇଛି । ମାଓବାଦୀ କ୍ୟାଡରଙ୍କ ଉପସ୍ଥିତି ସୂଚନା ପାଇ ସୁରକ୍ଷା କର୍ମୀଙ୍କ ଏକ ମିଳିତ ଦଳ ମାଓ ବିରୋଧୀ ଅପରେସନରେ ଯାଇଥିବା ବେଳେ ଏହି ଏନକାଉଣ୍ଟର ହୋଇଥିଲା। ସୂଚନାଯୋଗ୍ୟ, ରାଜ୍ୟ ସରକାରର ସହେଯୋଗରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଯୋଜନା କରିଛନ୍ତି। ବିଗତ କିଛି ମାସ ହେବ ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ସୁରକ୍ଷା ବାହିନୀ ସକ୍ରିୟ ଅଛନ୍ତି। ଆଜି ଛତିଶଗଡ଼ ଅବୁଝମାଡ ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ତେବେ ସୁରକ୍ଷାକର୍ମୀଙ୍କୁ ଦେଖି ମାଓବାଦୀମାନେ ଗୁଳିଚାଳନା କରିଥିଲେ । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡିଛି । Post navigation ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା ଏସ୍ସିଓର ସମ୍ମିଳନୀରେ ଭାରତର ବଡ଼ ପଦକ୍ଷେପ; ଘୋଷଣା ପତ୍ର ସ୍ବାକ୍ଷର କଲାନି ଭାରତ