ନିରଞ୍ଜନ ରଥଙ୍କ ପରଲୋକ । ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲୋକସେବକ ମଣ୍ଡଳର ସେ ଥଲେ ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଥିଲେ ନିରଞ୍ଜନ ରଥ । ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜିଛନ୍ତି ନିରଞ୍ଜନ ରଥ । ଗତକାଲି ରାତି ୧୧ଟାରେ କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଭୀଷଣ ଜ୍ୱର, କଫ ଓ ବିଭିନ୍ନ ସଂକ୍ରମଣ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇ ଭେଣ୍ଟିଲେଟର ଜରିଆରେ ଚିକିତ୍ସା କରାଯାଉଥିଲା । ଗତକାଲି ରାତିରେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ସକାଳୁ ପାର୍ଥିବ ଶରୀରକୁ ଆଠଗଡ଼ସ୍ଥିତ ତାଙ୍କ ପୈତୃକ ଗ୍ରାମ ରାଧାନାଥପୁର ଶାସନକୁ ନିଆଯାଇଥିବା ବେଳେ ସେଠାରୁ ମୃତ ଦେହକୁ ଗୋପବନ୍ଧୁ ଆୟୂର୍ବିଜ୍ଞାନ ପ୍ରତିଷ୍ଠାନ ଏବଂ ସମାଜ କାର୍ଯ୍ୟାଳୟ ଗୋପବନ୍ଧୁ ଭବନକୁ ଅଣାଯିବ । ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ସୂଚନା ଯୋଗ୍ୟ; ସମାଜସେବୀ, ଲେଖକ, ସାମ୍ବାଦିକ ଭାବେ ପରିଚିତ ଥିଲେ ନିରଞ୍ଜନ । ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସେ ସଂସ୍ଥାପକ ଓ ସମ୍ପାଦକ ଭାବେ ଦୀର୍ଘକାଳ କାର୍ଯ୍ୟ କରିବା ପରେ ଲୋକସେବକ ମଣ୍ଡଳରେ ଯୋଗଦେଇଥିଲେ । ‘ସମାଜ’ ଖବରକାଗଜର ପୂର୍ବତନ ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର, ଜିମ୍ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ଗୋପବନ୍ଧୁଙ୍କ ସତ୍ୟବାଦୀର ସମ୍ପାଦକ ହେବା ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ ନିରଞ୍ଜନ । Post navigation ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ଯୁବକଙ୍କୁ ନିର୍ଯାତନା ମାମଲା: ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ