ପୋଲିସ ବଡ଼ ସଫଳତା। ପୋଲିସ ମାଓବାଦୀ ଗୁଳିବିନିମୟରେ ୩ ଟପ କ୍ୟାଡ଼ର ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ଆନ୍ଧ୍ର ଗ୍ରେହାଉଣ୍ଡ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଏନକାଉଣ୍ଟର ରେ ସେଣ୍ଟ୍ରାଲ କମ୍ମିଟି ମେମ୍ବର ସମେତ ୩ ବଡ଼ କ୍ୟାଡ଼ର ମାଓବାଦୀ ନିହତ । ନିହତ ମାଓବାଦୀଙ୍କ ନାମରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିବା ଜଣାପଡିଛି। ସୂଚନା ଯୋଗ୍ୟ; ଆଜି ମାଲକାନଗିରି ସୀମାନ୍ତ ମରଡ଼ପଲ୍ଲୀ ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ସେଣ୍ଟ୍ରାଲ କମିଟି ମେମ୍ବର ସମେତ ୩ ଟପ୍ କ୍ୟାଡ଼ର ମାଓବାଦୀ ନିହତ ହୋଇଛନ୍ତି । ଏନକାଉଣ୍ଟରରେ ନିହତ ହୋଇଥିବା ମାଓବାଦୀ ହେଲେ ସେଣ୍ଟ୍ରାଲ କ୍ୟାଡ଼ର ମାଓବାଦୀ ଗଜରାଲା ରବି ଓରଫ ଉଦୟ, ଅରୁଣା,ସୀତାରାମ ଜିଲ୍ଲା ଏରିଆ କମ୍ମିଟି ACM କ୍ୟାଡ଼ର ମାଓବାଦୀ ଅମିତ ବରଦାର । ତେବେ ଜଙ୍ଗଲରେ ଆହୁରି ମାଓବାଦୀ ଲୁଚି ରହିଥିବା ଆଶଙ୍କାରେ ଏବେବି ଗୁଳିବିନିମୟ ଜାରି ରହିଛି । Post navigation କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଣିରୁ ବ୍ୟାପିଛି ଡାଇରିଆ!