fast-food-center-hotel-closed-for-2-weeks-in-dharmasala
ଯାଜପୁର ଜିଲ୍ଲାରେ ଡାଇରିଆ ବ୍ୟାପିଥିବାରୁ ଧର୍ମଶାଳା ତହସିଲ ପ୍ରଶାସନର କଡ଼ା ନିର୍ଦ୍ଦେଶ ।
 
ଧର୍ମଶାଳା ତହସିଲ ଅଧୀନରେ ଥିବା ସମସ୍ତ ହୋଟେଲ, ଢାବା, ତେଲଭାଜି ଦୋକାନ, ମିଠା ଦୋକାନ, ଫାଷ୍ଟଫୁଡ଼/ଚାଟ/ଗୁପଚୁପ ଦୋକାନ, ଆଇସକ୍ରିମ କାରଖାନା, ପାଣି ପାଉଚ କାରଖାନା, ମାଛ/ଚିକେନ ଏ ସମସ୍ତ ଦୋକାନଗୁଡିକୁ ଆସନ୍ତା ଦୁଇ ସପ୍ତାହ ପାଇଁ ବନ୍ଦ ରଖିବାକୁ ପରାମର୍ଶ
ପ୍ରଶାସନର ବିନା ଅନୁମତିରେ ଦୋକାନ ଖୋଲା ରଖିଲେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି ।
 
ଫୁଟାପାଣି ଓ ଗରମ ରନ୍ଧା ଖାଦ୍ୟ ଖାଇବା, ବାସି ଓ ପଚା ଖାଦ୍ୟ ଖାଇବା, ହାଲୋଜେନ ଟାବଲେଟ ଓ ବ୍ଲିଚିଂ ପାଉଡ଼ର ଦ୍ୱାରା ବିଶୋଧିତ ଜଳ ହିଁ ବ୍ୟବହାର କରିବା ପାଇଁ ସତର୍କ ଜାରି କରାଯାଇଛି ।
 
ବିବାହ, ବ୍ରତଘର, ଜନ୍ମଦିନ, ତଥା ସମୁହ ଭୋଜିଭାତକୁ ବର୍ଜନ କରିବାକୁ ଅନୁରୋଧ କରାଯିବା ସହ ଡାଇରିଆର ଲକ୍ଷଣ ଦେଖାଗଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।
 
ଗତକାଲି, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଙ୍କ ସମେତ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଡାଇରିଆରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସହ ସାକ୍ଷାତ କରି ତାଙ୍କର ସ୍ୱାସ୍ଥ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ ।

By Nirvay

Leave a Reply

Your email address will not be published. Required fields are marked *