ରାଜ୍ୟର ୧୦୦ରୁ ୧୫୦ ଗାଁ ହେବ ମହାପୁରୁଷ ଆଦର୍ଶ ଗାଁ ।ମହାପୁରୁଷ ଆଦର୍ଶ ଗାଁ କରିବ ପଞ୍ଚାୟତିରାଜ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ସେ କହିଛନ୍ତି ନାମିତ ହେବ ମହାପୁରୁଷ ଆଦର୍ଶ ଗାଁ । ୯ରୁ ୧୦ଟି ବିଭାଗ ମିଳିତ ଭାବେ ଗାଁର ଉନ୍ନତି କରିବେ । ଯେତେ ବ୍ୟବସ୍ଥା ଅଛି ସବୁ ସରକାର ଯୋଗାଇ ଦେବେ । ରାସ୍ତା, ପାଣି, ସ୍କୁଲ, ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇ ଦିଆଯିବ । ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷ ରହିବେ । ଜିଲ୍ଲାସ୍ତରରେ ଜିଲ୍ଲାପାଳ, ବ୍ଲକ ସ୍ତରରେ ବିଡିଓ ଅଧ୍ୟକ୍ଷ ରହିବେ ।ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି, ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ । Post navigation କେନ୍ଦ୍ରାପଡ଼ା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ; ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ