କେନ୍ଦ୍ରାପଡ଼ା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କେନ୍ଦ୍ରାପଡ଼ା କଲେଜ୍ ପଡ଼ିଆରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ।ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏହା ସହ ସର୍କିଟ୍‌ ହାଉସ୍‌ରେ ସମୀକ୍ଷା ବୈଠକ କରିବେ ସିଏମ୍‌  । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ସମଗ୍ର ଜିଲ୍ଲାବାସୀ ତଥା ଦଳୀୟ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ; ମାଉସୀ ମା’ ମନ୍ଦିରଠାରୁ ଶ୍ରୀବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ଶ୍ରୀବଳଦେବଜିଉଙ୍କୁ ଦର୍ଶନ କରି ଜଜାଙ୍ଗ ସର୍କିଟ୍‌ ହାଉସ୍‌ଠାରେ ମାରାଥନ ସମୀକ୍ଷା ବୈଠକ କରିବେ ।

Leave a Reply

Your email address will not be published. Required fields are marked *