Dharmagarh Sub-Collector in Vigilance net
ଭିଜିଲାନ୍ସ ଜାଲରେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଜିଲ୍ଲାପାଳ ଧୀମାନ ଚକମା ଜଣେ ସ୍ଥାନୀୟ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଧରିଥିବା ସୂଚନା ମିଳିଛି ।
 
ଏହା ପରେ, ତାଙ୍କ ସରକାରୀ ବାସଭବନରେ ରେଡ ସମୟରେ ଅତିରିକ୍ତ ୪୭ ଲକ୍ଷ ଟଙ୍କା ନଗଦ ମିଳିଛି । ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି ।
 
ସୂଚନାଥାଉକି, ୨୦୨୧ ବ୍ୟାଚର ଆଇଏଏସ୍ ଅଫିସର ଧୀମାନ ଜୟପାଟଣା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ମୋଟ ୨୦ ଲକ୍ଷ ଟଙ୍କାର ଲାଞ୍ଚ ଦାବି କରିଥିଲେ ଏବଂ ପ୍ରଥମ କିସ୍ତିରେ ୧୦ ଲକ୍ଷ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ  ହାତରେ ଧରାପଡ଼ିଥିଲେ । ବର୍ତ୍ତମାନ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *