ବଡ଼ ଦାଣ୍ଡରେ ବିକ୍ରି ହେବନି ମଦ ଓ ଆମିଷ । ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର ବୋଲି ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ପୁରୀ ବଡ଼ ଦାଣ୍ଡରେ ବିକ୍ରି ହୋଇପାରିବ ନାହିଁ ମଦ ଓ ଆମିଷ । ଭକ୍ତଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ସରକାର। ପୁରୀକୁ ଏକ ତୀର୍ଥ ସହର ହିସାବରେ ସରକାର ଦେଖୁଛନ୍ତି ।

ସେହିପରି ପୁରୀକୁ କରାଯିବ ପିଲିଗ୍ରିମ୍ ସିଟି । ବଡ଼ଦାଣ୍ଡରେ ଥିବା ସମସ୍ତ ଘର ତୀର୍ଥସ୍ଥାନ ଭଳି ଦେଖାଯିବା ଦରକାର । ବଡ଼ଦାଣ୍ଡ ସବୁ ଘରର ୟୁନିଫର୍ମ ହାଇଟ ରହିବ । ବଡ଼ ଦାଣ୍ଡ ଆଡ଼କୁ ମୁଁହ କରିଥିବା ଘର ଗୁଡିକର ରୂପରେଖ ବଦଳାଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି। ନୂଆ ଅବକାରୀ ନୀତିରେ ଏନେଇ ପ୍ରାବଧାନ ରହିବ । ବଡ଼ଦାଣ୍ଡରେ ଥିବା ସମସ୍ତ ଘରକୁ ଏକ ସାଧାରଣ ଭିତ୍ତିଭୂମି ଢାଞ୍ଚା କରାଯିବାକୁ ଯୋଜନା ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ।

Leave a Reply

Your email address will not be published. Required fields are marked *