ପଶ୍ଚିମ ଓଡିଶା ମୁହାଁ ହେଉଛନ୍ତି ମାଓବାଦୀ । ସମ୍ବଲପୁର ଓ ସୋନପୁର ସୀମାରେ ମାଓବାଦୀ ଘୂରି ବୁଲୁଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିବାପରେ ରାଜ୍ୟର ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଘନ ଘନ ସର୍ଚ୍ଚ ଅପରେସନ ଜାରି ରହିଛି। ମାଓବାଦୀମାନେ ସମ୍ବଲପୁରର ରେଢ଼ାଖୋଲ ବନଖଣ୍ଡ ଜଙ୍ଗଲକୁ ବାସସ୍ଥାନ ପାଇଁ ଆସୁଛନ୍ତି ବୋଲି ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ସିଆରପିଏଫ ପକ୍ଷରୁ ପଶ୍ଚିମ ଓଡିଶାରେ ସର୍ଚ୍ଚ ଅପରେସନ ଜାରି କରାଯାଇଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ଡ୍ରୋନ୍ ସହାୟତାରେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷାକର୍ମୀ। ସମ୍ବଲପୁରର ଚାରମାଳ ଓ ନାକଟିଦେଉଳ ଥାନା ଅଞ୍ଚଳରେ ସିଆରପିଏଫ ପକ୍ଷରୁ ମାଓବାଦୀଙ୍କୁ ନିପାତ କରିବା ପାଇଁ ସର୍ଚ୍ଚ ଅପରେସନ ଜାରି କରାଯାଉଛି । ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଖୋଜିବା ପାଇଁ ଡ୍ରୋନ୍ ର ସାହାଯ୍ୟ ନିଆଯାଇଛି । ଡ୍ରୋନ୍ ମଧ୍ୟ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବ । ମାଓ ସଙ୍ଗଠନକୁ ମୂଳ ପୋଛ କରିବା ପାଇଁ ସୁରକ୍ଷାକର୍ମୀମାନେ ଜୋରଦାର ଅପରେସନ କରୁଛନ୍ତି । ଚାରମାଳ ଥାନା, ବଡ଼ମାଳ ଫାଣ୍ଡି ପଡିଆରେ ଏକ ସୁରକ୍ଷା ଟିମ୍ ପହଞ୍ଚି ସାଗଜୁରୀ ଜଙ୍ଗଲ ଉପରେ ଡ୍ରୋନ ଉଡ଼ାଇ ମାଓବାଦୀଙ୍କ ଅବସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଝଙଏ, ଉଜଚୠ ଯବାନ। ସେହିଭଳି ନାକଟିଦେଉଳ ଥାନା ଅଞ୍ଚଳରେ ଝଙଏ ଟିମ୍, ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। Post navigation ସୁବର୍ଣ୍ଣପୁରରେ ୩୨୩ କୋଟିରୁ ଉର୍ଦ୍ଧ୍ୱ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ କଲମ୍ବିଆ ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ ଉରିବେଙ୍କୁ ଗୁଳିମାଡ