4-arrested in Ganjam gang-rape-case
ବ୍ରହ୍ମପୁରରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଯଦିଓ ଘଟଣାଟି ତିନି ଦିନ ତଳେ ଗୋଲନ୍ଥରା ପୋଲିସ ସୀମା ମଧ୍ୟରେ ଘଟିଥିଲା । କିନ୍ତୁ ଏହା ପରିବାର ସଦସ୍ୟମାନେ ଅଭିଯୋଗ କରିବା ପରେ ଏହି ଖବର ସାମ୍ନାକୁ ଆସିଥିଲା ।
 
ରିପୋର୍ଟ ଅନୁଯାୟୀ, ଜୁନ୍ ୩ ତାରିଖରେ ଝିଅମାନେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ଏହା ପରେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ ।
 
୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର ହେଉଥିବା ବେଳେ ଆନ୍ଧ୍ରରୁ ସେମାନଙ୍କୁ ଗୋଳନ୍ଥରା ଥାନା ପୁଲିସ ଗିରଫ କରିଛି । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଏପରି କରିଥିବା ବ୍ରହ୍ମପୁର ଏସପି କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *