ଚଳତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀକୁ ଗଡିବ ଏକ ହଜାର ବସ୍ । ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ସୂଚନା ଦେଇଛନ୍ତି ପରିବହନ କମିଶନର । ସେ କହିଛନ୍ତି ପୁରୀ ତାଳବଣିଆ ଏବଂ ମାଳତିପାଟପୁରରେ ହେବ ବସ୍‌ ପାର୍କିଂ । ବସ୍ ରହଣିସ୍ଥଳରୁ ରଥ ଦେଖିବା ପାଇଁ ରହିବ ବ୍ୟାଟେରୀ ଗାଡ଼ି । ଧାର୍ଯ୍ୟଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ । ଘରୋଇ ବସ୍‌ ମାଲିକ ସଂଘ ସହ ଆଲୋଚନା ପରେ ନିଆଯାଇଛି ନିଷ୍ପତ୍ତି ।

ସୂଚନା ଯୋଗ୍ୟ; ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।ଲକ୍ଷାଧିକ ଲୋକଙ୍କ ସୁଅ ଛୁଟିବ ପୁରୀକୁ। ବିଶେଷକରି ଉଭୟ ବସ୍‌ ଓ ଟ୍ରେନ୍‌ରେ ପୁରୀ ଅଭିମୁଖେ ଯାତ୍ରା କରିବେ ସାଧାରଣ ଲୋକ। ଏହାକୁ ଦୃଷ୍ଟିରେ ରଖି ଘରୋଇ ବସ୍ ମାଲିକ ସଂଘ ସହ ବୈଠକ ପରେ ପୁରୀକୁ ହଜାର ବସ୍ ଗଡ଼ିବ ବୋଲି ସୂଚନା ଦେଇଛନ୍ତି ପରିବହନ କମିଶନର ।

Leave a Reply

Your email address will not be published. Required fields are marked *