ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି । ଗୁଜୁରାଟ ଗସ୍ତର ଦ୍ବିତୀୟ ଦିନରେ ପୁଣି ପାକିସ୍ତାନ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ମାତୃଭୂମି ପ୍ରତି ଅପାର ପ୍ରେମ ଦେଖିବାକୁ ମିଳୁଛି । ଭାରତ ବୀର ଯୋଦ୍ଧାମାନଙ୍କ ଭୂମି ଅଟେ । ଆତଙ୍କବାଦର କଣ୍ଟାକୁ କାଢ଼ିକି ହିଁ ରହିବୁ । ପାକିସ୍ତାନକୁ ଜଣା ଯୁଦ୍ଧରେ ଜିତି ପାରିବେ ନାହିଁ । ଆମେ କାହା ସହିତ ଶତ୍ରୁତା କରିବାକୁ ଚାହୁଁନୁ । ଆମେ ପ୍ରଗତି ଚାହୁଁଛୁ, ଦେଶର ବିକାଶ ଚାହୁଁଛୁ । ଆମେ ବିପଦ ବେଳେ ଅନ୍ୟକୁ ସାହାଯ୍ୟ କରୁ । ପ୍ରତିଟି ଆକ୍ରମଣର ସଠିକ୍ ଜବାବ ମିଳିବ ।ଆମେ ଇଟାର ଜବାବ ପଥରରେ ଦେବୁ ।

ସେହିପରି ସିନ୍ଧୁ ନଦୀ ଜଳ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । ମୋଦି କହିଛନ୍ତି ୧୯୬୦ ସିନ୍ଧୁ ଜଳ ଚୁକ୍ତିନାମା ଅଧ୍ୟୟନ କରନ୍ତି, ଆଶ୍ଚର୍ଯ୍ୟ ହୋଇଯିବେ । ଜମ୍ମୁ-କାଶ୍ମୀର ନଦୀ ଉପରେ ନିର୍ମିତ ଡ୍ୟାମ୍‌ ସଫା କରାଯିବନି ନିଷ୍ପତ୍ତି ହୋଇଥିଲା । ଡ୍ୟାମ୍‌ର ତଳ ଗେଟ୍‌ଗୁଡ଼ିକ ବନ୍ଦ କରି ଦିଆଯାଇଥିଲା । ୬୦ ବର୍ଷ ଧରି, ଏହି ଗେଟ୍‌ଗୁଡ଼ିକ କେବେ ଖୋଲାଯାଇ ନଥିଲା ।ଯେଉଁ ଜଳଭଣ୍ଡାର ୧୦୦ ପ୍ରତିଶତ କ୍ଷମତାରେ ପୂରଣ କରାଯିବା କଥା । ତାହା ଏବେ ମାତ୍ର ୨ ପ୍ରତିଶତ କିମ୍ବା ୩ ପ୍ରତିଶତ କୁ ହ୍ରାସ ପାଇ ସାରିଛି। ବର୍ତ୍ତମାନ ମୁଁ କିଛି କରିନାହିଁ, ଲୋକମାନେ ଝାଳ ବୁହାଉଛନ୍ତି । ଡ୍ୟାମ୍‌ ସଫା ପାଇଁ ଛୋଟ ଗେଟ୍‌ ଖୋଲିଛୁ, ପାକିସ୍ତାନରେ ବନ୍ୟା ଆସିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ ଶରୀର ଯେତେ ସୁସ୍ଥ ଥିଲେ ମଧ୍ୟ, ଯଦି କଣ୍ଟା ବିନ୍ଧେ, ତେବେ ସମଗ୍ର ଶରୀର ଅସ୍ଥିର ରହିଥାଏ । ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ସେହି କଣ୍ଟାକୁ ଦୂର କରିବୁ । ଗତକାଲି ମୁଁ ଭଦୋଦରା, ଦାହୋଦ, ଭୁଜ, ଅହମ୍ମଦାବାଦ ଯାଇଥିଲି । ଆଜି ଗାନ୍ଧୀନଗର ଯାଇଥିଲି, ସେଠାରେ ଦେଶପ୍ରେମର ଏକ ଲହରୀ ପରି ଲାଗୁଥିଲା । ଗର୍ଜନ କରୁଥିବା ସିନ୍ଦୁର ସମୁଦ୍ର ଏବଂ ଉଡ଼ୁଥିବା ତ୍ରିରଙ୍ଗା ପରି ଏକ ଦୃଶ୍ୟ ଥିଲା। ଏହା ଲୋକଙ୍କ ହୃଦୟରେ ମାତୃଭୂମି ପ୍ରତି ଅପାର ପ୍ରେମର ଏକ ଦୃଶ୍ୟ ଥିଲା।

 

Leave a Reply

Your email address will not be published. Required fields are marked *