ଅଡୁଆରେ  ମଧ୍ୟପ୍ରଦେଶ ମନ୍ତ୍ରୀ ବିଜୟ ଶାହ । ଆର୍ମି ଅଫିସର ସୋଫିଆ କ୍ୟୁରେସିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପାଇଁ ଅଡୁଆରେ ମଧ୍ୟ ପ୍ରଦେଶର ମନ୍ତ୍ରୀ ବିଜୟ ଶାହ। କ୍ଷମା ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କଲେ ସର୍ବୋଚ୍ଚ କୋର୍ଟ । ୩ ଆଇପିଏସ ଅଫିସରଙ୍କୁ ନେଇ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏହା ସହ ସୁପ୍ରିମକୋର୍ଟ ବିଜୟ ଶାହଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଥିବା ଜଣାପଡିଛି ।

ସୁପ୍ରିମକୋର୍ଟ କହିଛନ୍ତି, ମନ୍ତ୍ରୀଙ୍କ ଦ୍ୱାରା ମଗା ଯାଇଥିବା କ୍ଷମା ପ୍ରାର୍ଥନାକୁ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୁହଁ । ଆପଣ ଜଣେ ଜଣେ ଜନ ପ୍ରତିନିଧି । ଅନୁଭବୀ ରାଜନୀତିଜ୍ଞ । ଆପଣଙ୍କୁ କିଛି କହିବା ପୂର୍ବରୁ ନିଜର ଶବ୍ଦ ଉପରେ ବିଚାର କରିବା ଉଚିତ୍ । ଏହା ସଶସ୍ତ୍ରବଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏମିତି ପ୍ରସଙ୍ଗରେ ଆମକୁ ବହୁତ ଦାୟିତ୍ୱ ସଂପନ୍ନ ହେବା ଦରକାର ।

ଆମେ ତିନି ଆଇପିଏସ ଅଧିକାରୀଙ୍କୁ ନେଇ ଏକ ଏଆଇଟି ଗଠନ କରାଯିବ । ଯେଉଁଥିରେ ଜଣେ ଆଇଜି କିମ୍ବା ଡିଆଇଜି ରାଙ୍କର ଅଧିକାରୀ ରହିବା ଉଚିତ୍ । ଏସଆଇଟି ସମସ୍ତ ସଦସ୍ୟ ରାଜ୍ୟ ବାହାରୁ ହେବା ଉଚିତ୍ । ଏହା ଏକ ଲିଟମସ ଟେଷ୍ଟ ଏବଂ ଆମେ ଚାହୁଁଛୁ ଏସଆଇଟି ତ୍ୱରିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ । ଏହା ଉପରେ ଆମେ କଡା ନଜର ରଖିବୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Leave a Reply

Your email address will not be published. Required fields are marked *