ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁପାଉଟୁ ସାରା ରାଜ୍ୟ। ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ। ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ତାଣ୍ତବ ରଚୁଥିବା ବେଳେ କିଛି ସ୍ଥାନରେ ଅତ୍ୟଧିକ ଗୁଳୁଗୁଳୁ ଅନୁଭୂତ ହେଉଛି । ଆର୍ଦ୍ରତା ହେତୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ୩୨ ଡିଗ୍ରୀ ଟପିଲା ରାଜଧାନୀ ଭୁବନେଶ୍ୱର ତାପମାତ୍ରା । ସକାଳ ସାଢ଼େ ୮ଟା ସୁଦ୍ଧା ୩୨.୮ ଡିଗ୍ରୀ ଭୁବନେଶ୍ୱର ତାପମାତ୍ରା ରେକର୍ଡ କରିଛି । ଅନ୍ୟପଟେ ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା । ଆଜିଠୁ ବଢିବ କାଳବୈଶାଖୀର ପ୍ରଭାବ । ଫଳରେ ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହେବ । ତେଣୁ ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । Post navigation କୃଷି ଓଭର୍ସିଅର ମାନଙ୍କ ମାସିକ ଗସ୍ତଭତ୍ତା ୪୫୦ ଟଙ୍କାରୁ ୧୫୦୦ ଟଙ୍କାକୁ ବୃଦ୍ଧି କାରରୁ ମିଳିଲା JEଙ୍କ ସନ୍ଦେହଜନକ ମୃତଦେହ